ଲୋଡାନାହିଁ ମୋର ଲେଖକ ସମ୍ମାନ
ମାନପତ୍ର କିବା ଉପାଧି
ନିଜ ଭାଷାପ୍ରୀତି ସଦା ମୁଁ ପରଷି
କରୁଥିବି ତାର ସମୃଦ୍ଧି।।
ଓଡିଆ ସାହିତ୍ୟ ବିକାଶ ଘଟିଲେ
ହୋଇବ ଜାତିର ବିକାଶ
ତେବେ ସିନା ଯାଇ ବିଦେଶ ଭୂଇଁରେ
ଗରବେ ନାଁ ହେବ ପ୍ରକାଶ।।
ସାହିତ୍ୟ ସେତୁରେ ଗୁଣ୍ଡୁଚିଟେ ଭଳି
ଚଳାଉଥିବି ମୋ ଲେଖନୀ
ଭଲପାଏ ମାକୁ ଭଲପାଏ ଗାଁକୁ
ସ୍ନେହୀ ଜନ୍ମଭୂମି ଜନନୀ।।
ତାହାରି ସେବାରେ ତାର ଉନ୍ନତିରେ
ଯେ ସାହିତ୍ୟ ଏକାନ୍ତ କାମ୍ୟ
ପ୍ରାଣବିନ୍ଦୁ ଥିବାଯାଏଁ ଏ ଶରୀରେ
ମୁଁ ନ ଦେଖିବି ତାରତମ୍ୟ।।
ଦେବବ୍ରତ ଦାଶ, ବାପି.
ମୁଣ୍ଡହତା, ଉତ୍ତରକୂଳ, ପ୍ରୀତିପୁର, ଯାଜପୁର.
ମୋ -: ୭୭୮୯୯୫୬୨୦୮.


0 Comments